ଇସ୍ତଫା ଦେଲେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା କିରଣ ଚୌଧୁରୀ, ଯିବେ କି ରାଜ୍ୟସଭା?

0

ନୂଆଦିଲ୍ଲୀ (ଆମ ଟିଭି): ହରିୟାଣାରେ କଂଗ୍ରେସ ଛାଡି କିଛି ମାସ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା କିରଣ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇବା ନେଇ ଚର୍ଚ୍ଚା ଜୋର ଧରିଛି। ବୁଧବାର ଦିନ ହରିୟାଣାରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପାଇଁ ଶେଷ ଦିନ। ଏହାପୂର୍ବରୁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିପାରେ। ଏଭଳି ପରିସ୍ଥିତିରେ କିରଣ ଚୌଧୁରୀଙ୍କ ଦାବି ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଉଛି।

ତେବେ କୁଲଦୀପ ବିଷ୍ନୋଇଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ଚାଲିଛି। କିନ୍ତୁ, ଏହା ସତ୍ତ୍ୱେ ୧୯ ମାସ ଧରି ଖାଲି ପଡିଥିବା ରାଜ୍ୟସଭା ଆସନରେ କିରଣ ଚୌଧୁରୀଙ୍କ ନାମ ଅନୁମୋଦନ ହେବାର ସମସ୍ତ ସମ୍ଭାବନା ରହିଛି। କିରଣ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେବା ପରେ ବିଧାନସଭା ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା କହିଛନ୍ତି ଯେ, ସେମାନେ ରାଜ୍ୟସଭା ଆସନ ପାଇଁ କୌଣସି ପ୍ରାର୍ଥୀ ଦେବେ ନାହିଁ। ତାଙ୍କ ପକ୍ଷରୁ କୁହାଯାଇଛି ଯେ, ଦଳରେ ବିଧାୟକଙ୍କ ସଂଖ୍ୟା କମ୍ ଥିବାରୁ ସେ ତାଙ୍କ ପକ୍ଷରୁ କୌଣସି ପ୍ରାର୍ଥୀ ଦେବାକୁ ଯାଉନାହାଁନ୍ତି। ଅନ୍ୟପକ୍ଷରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଏବଂ ଜେଜେପି ନେତା ଦୂଷ୍ୟନ୍ତ ଚୌଟାଲା କ୍ରମାଗତ ଭାବରେ କଂଗ୍ରେସରୁ ପ୍ରାର୍ଥୀ କରିବା ବିଷୟରେ କହୁଛନ୍ତି।

Leave A Reply

Your email address will not be published.