ଜାଣନ୍ତୁ ଆଜି ଦିନର ମାହାତ୍ମ୍ୟ

0

ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରନ୍ତି। ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ।

ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ। ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

ଆଜି ଆଉ ଏକ ପବିତ୍ର ଦିନ, ମହାବୀର ହନୁମାନଙ୍କ ଜୟନ୍ତୀ। ବୀର ବଜରଙ୍ଗଙ୍କ ଜନ୍ମତ୍ସୋବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା
ସମୃଦ୍ଧଶାଳୀ ହେଉ ବୋଲି କାମନା କରିଛନ୍ତି ।

Leave A Reply

Your email address will not be published.