ଜାଣନ୍ତୁ ତୁଳସୀ ପତ୍ରର ଚମତ୍କାରିତା

0

ପ୍ରତ୍ୟେକଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ଶୋଭା ପାଇଥାଏ। ଏହାର ଧାର୍ମିକ ସହ ଔଷଧୀୟ ଗୁଣ ମଧ୍ୟ ରହିଛି। ତୁଳସୀ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରି ରଖିବା ସହ ,ରକ୍ତଚାପ ଓ କୋଲେଷ୍ଟେରୋଲ୍‌‌ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ତୁଳସୀର ସେବନ ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିବା ସହ ମନ ଶାନ୍ତ ରହିଥାଏ। ମାନସିକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ। ଶିରାପ୍ରଶିରାରେ ଥିବା ବିଭିନ୍ନ ସମସ୍ୟାକୁ ତୁଳସୀ ରସ ଠିକ କରିଥାଏ। ଫଳରେ ସଠିକ ଭାବେ ରକ୍ତସଞ୍ଚାଳନ ହେବା ସହ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଚା’ରେ କିଛି ତୁଳସୀପତ୍ର ପକାଇ ମଧ୍ୟ ଏହାର ସେବନ କରିପାରିବେ।

ଡାଲଚିନି ପ୍ରତ୍ୟେକ ଘରର ରୋଷେଇ ଘରେ ଉପଲବ୍ଧ। ଗରମ ମସଲା ରୂପେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଡାଲଚିନି ରକ୍ତଚାପ କମ୍‌‌ କରିବାରେ ବେଶ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି ଫଙ୍ଗଲ ଗୁଣ ମଧ୍ୟ ରହିଛି। ଏହାସହ ଆଣ୍ଟି-ଅକ୍ସିଡାଣ୍ଟ ସହ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ମଧ୍ୟ ରହିଛି। ତେଣୁ ଏହା ମଧୁମେହ ଓ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବେଶ ସହାୟକ ହୋଇଥାଏ।

ମେଥିଦାନା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ। ଅନେକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସପ୍ତାହକୁ ଥରେ ୧୦ ଗ୍ରାମ ମେଥି ଦାନା ନିଶ୍ଚୟ ସେବନ କରନ୍ତୁ। ରକ୍ତରେ ଶର୍କାରର ମାତ୍ରା ନିୟନ୍ତ୍ରଣ ହୋଇ ରହିବ।

ହଳଦୀର ଉପକାରୀ ଗୁଣ ବିଷୟରେ ସଭିଁଙ୍କୁ ଜଣା। ହଳଦୀରେ ଥିବା ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ। ହଳଦୀକୁ ଡାଲି,ବିଭିନ୍ନ ପନିପରିବାର ତରକାରୀ ଓ କ୍ଷୀରରେ ମିଶାଇ ସେବନ କରନ୍ତୁ। ଅନେକ ରୋଗକୁ ମଧ୍ୟ ଏହା ଶରୀର ଠାରୁ ଦୂରେଇ ରଖିଥାଏ।

ରସୁଣ ବିଭିନ୍ନ ବ୍ୟଞ୍ଜନର ସ୍ୱାଦକୁ ବଢାଇବା ସହ ଅନ୍ୟାନ୍ୟ ଉପକାରୀ ଗୁଣ ରହିଛି। ଏହା ମଧୁମେହ ଓ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରି ରଖିଥାଏ।

Leave A Reply

Your email address will not be published.