ପାଦସ୍ପର୍ଶ ପୂର୍ବରୁ ଜାଣନ୍ତୁ ଏହି କଥା, ନହେଲେ ହୋଇପାରେ ଅସମ୍ମାନ*

0

ପାଦ ଛୁଇଁ ପ୍ରଣାମ କରିବା ହେଉଛି ଭାରତୀୟ ସଂସ୍କୃତିର ଏକ ମହାନ ପରମ୍ପରା। ନିଜ ବୟସଠାରୁ ବଡ଼ ତଥା ବିଦ୍ୱାନ ବ୍ୟକ୍ତିଙ୍କ ସହ ଦେଖା ହେବା ମାତ୍ରେ ଆମେ ମୁଣ୍ଡ ତଳକୁ ନୁଆଇଁ ଦୁଇ ହାତରେ ବ୍ୟକ୍ତିଙ୍କ ପାଦକୁ ସ୍ପର୍ଶ କରି ମୁଣ୍ଡିଆ ମାରୁ। ବଡ଼ଙ୍କୁ ସମ୍ମାନ ଦେବା ଓ ତାଙ୍କ ଆଶୀର୍ବାଦ ନେବାର ଏହା ହେଉଛି ଏକ ମାଧ୍ୟମ। ପାଦ ଛୁଇଁ ପ୍ରଣାମ କେବଳ ଆମ ସଂସ୍କୃତି, ପରମ୍ପରାର ଅଂଶ ନୁହେଁ ଏହାପଛରେ ବୈଜ୍ଞାନିକ କାରଣ ବି ରହିଛି।ଶାସ୍ତ୍ର ଅନୁସାରେ ଏମିତି କିଛି ସମୟ ଓ ସ୍ଥାନ ଅଛି , ଯେଉଁଠି ପାଦ ସ୍ପର୍ଶ କରି ପ୍ରଣାମ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ପାଦ ସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ୍ ।

 

-ଖାଇବା ସମୟରେ ଅଧାରୁ ଉଠି କାହାର ପାଦ ଛୁଇଁବା ଅନୁଚିତ । _ଏହା ସହ ଖାଇ ବସିଥିବା ବ୍ୟକ୍ତିର ପାଦ ସ୍ପର୍ଶ କରିବା ଉଚିତ ନୁହେଁ ।

-ସ୍ନାନ କରୁଥିବା ସମୟରେ କାହାକୁ ପ୍ରଣାମ କରିବା ଅନୁଚିତ ।

-ନିଦରେ ଶୋଇଥିବା ବ୍ୟକ୍ତିର ପାଦ ସ୍ପର୍ଶ କରିବା ଉଚିତ ନୁହେଁ ।

-ମନ୍ଦିର ଭିତରେ ଥିବା ସମୟରେ କୌଣସି ବ୍ୟକ୍ତିର ପାଦ ଛୁଇଁ ପ୍ରଣାମ କରିବା ଅନୁଚିତ । କାରଣ ଏପରି କରିବା ଦ୍ୱାରା ମନ୍ଦିରରେ ଥିବା ଦେବାଦେବୀଙ୍କର ଅସମ୍ମାନ ହୋଇଥାଏ ।

-ଶ୍ମଶାନରୁ ଫେରୁଥିବା ବ୍ୟକ୍ତିକୁ ପ୍ରଣାମ କରିବା ପାଇଁ ବାରଣ ରହିଛି ।

– ଶ୍ରାଦ୍ଧ କର୍ମ କରୁଥିବା ସମୟରେ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରିବା ନିଷେଧ ଅଟେ ।

-ଛୋଟ ଛୁଆକୁ ଧରିଥିବା ସମୟରେ ଅନ୍ୟର ପାଦ ଛୁଇଁ ମୁଣ୍ଡିଆ ମାରିବା ମଧ୍ୟ ଅନୁଚିତ ।

Leave A Reply

Your email address will not be published.