ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ଜାଣନ୍ତୁ କଣ

0

ବେଲଗାବି: ବାଂଲାଦେଶୀ ପ୍ରବାସୀମାନେ ଆମ ସଂସ୍କୃତି ପ୍ରତି ବିପଦ ଓ ରାଜ୍ୟରେ ଥିବା ସମସ୍ତ ମଦ୍ରାସା ବନ୍ଦ କରାଯିବ ବୋଲି ଗୁରୁବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କର୍ଣ୍ଣାଟକର ବେଲଗାବିରେ ‘ବିଜେପି’ର ବିଜୟ ସଙ୍କଳ୍ପ ଯାତ୍ରାରେ ଉଦ୍‌ବୋଧନ ଦେଇ କହିଛନ୍ତି।

ବେଆଇନ ଅନୁପ୍ରବେଶ ଘଟଣାରେ କ୍ଷୋଭ ପ୍ରକାଶ କରି ବରିଷ୍ଠ ‘ବିଜେପି’ ନେତା ତଥା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି ଯେ, ଲୋକେ ବାଂଲାଦେଶରୁ ଆସାମକୁ ଆସି ଆମ ସଭ୍ୟତା ଓ ସଂସ୍କୃତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି।

ମଦ୍ରାସା ପରିବର୍ତ୍ତେ ଲୋକେ ସ୍କୁଲ୍‌ ଓ କଲେଜରେ ଅଧ୍ୟୟନ କରିବାକୁ ଆଗ୍ରହୀ ଦର୍ଶାଇ ସେ କହିଛନ୍ତି‌, ରାଜ୍ୟରେ ଥିବା ମଦ୍ରାସା ଉପରେ ଚଢ଼ଉ ଜାରି ରହିବ। ମୁଁ ୬୦୦ ମଦ୍ରାସା ବନ୍ଦ କରିଛି। ଆମର ମଦ୍ରାସା ଆବଶ୍ୟକ ନ ଥିବାରୁ ମୁଁ ସମସ୍ତ ମଦ୍ରାସା ବନ୍ଦ କରିବାକୁ ଚାହୁଁଛି। ଆମର ସ୍କୁଲ୍‌, କେଲଜ ଓ ବିଶ୍ବବିଦ୍ୟାଳୟ ଆବଶ୍ୟକ।

Leave A Reply

Your email address will not be published.