ଯୁଦ୍ଧକୁ ନେଇ କଣ କହିଲେ ପୁଟିନ, ଜାଣନ୍ତୁ
ତେଲ୍ ଆବିବ୍: ୟୁକ୍ରେନ୍ ସହିତ ରୁଷ୍ର ଯୁଦ୍ଧ ଆରମ୍ଭ ବେଳେ ସ୍ବଳ୍ପ ସମୟ ପାଇଁ ମଧ୍ୟସ୍ଥତା କରିଥିବା ଇସ୍ରାଏଲ୍ର ଜଣେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୟୁକ୍ରେନୀୟ ରାଷ୍ଟ୍ରପତିଙ୍କୁ ହତ୍ୟା କରିବେ ନାହିଁ ବୋଲି ସେ ପୁଟିନ୍ଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ପାଇଥିଲେ। ଯୁଦ୍ଧର ପ୍ରଥମ ସପ୍ତାହରେ ରୁଷୀୟ ରାଷ୍ଟ୍ରପତିଙ୍କୁ ଭେଟିଥିବା ଅଳ୍ପ କେତେ ଜଣ ପାଶ୍ଚାତ୍ୟ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇସ୍ରାଏଲ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନିଟ୍। ଗତବର୍ଷ ମାର୍ଚ ମାସରେ ସେ ମଧ୍ୟସ୍ଥତା କରିବା ଲାଗି ସ୍ବଳ୍ପ ସମୟ ପାଇଁ ମସ୍କୋ ଗସ୍ତ କରିଥିଲେ।
ଗୋଟାଏ ସାକ୍ଷାତ୍କାର ସମୟରେ ନାଫଟାଲି ବେନିଟ୍ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍ଙ୍କୁ ମୁଁ ପଚାରିଲି ଆକ୍ରମଣର କାରଣ କ’ଣ? ଆପଣ କ’ଣ ଜେଲେନ୍ସ୍କିଙ୍କୁ ମାରିବାକୁ ଚାହାଁନ୍ତି?
ପୁଟିନ୍ କହିଲେ, ମୁଁ ଜେଲେନ୍ସ୍କିଙ୍କୁ ମାରିବି ନାହିଁ। ତା’ପରେ ମୁଁ ତାଙ୍କୁ ପଚାରିଲି: ତା’ହେଲେ ମୁଁ ନିଶ୍ଚିତ ଯେ, ଆପଣ ଜେଲେନ୍ସ୍କିଙ୍କୁ ମାରିବେ ନାହିଁ ବୋଲି ମୋତେ କଥା ଦେଉଛନ୍ତି।
ଏହା ପରେ ରୁଷୀୟ ରାଷ୍ଟ୍ରପତିଙ୍କ ପ୍ରତିଶ୍ରୁତି ବିଷୟରେ ଜଣାଇବା ଲାଗି ମୁଁ ଜେଲେନ୍ସ୍କିଙ୍କୁ ଫୋନ୍ କରି କହିଲି, ଶୁଣନ୍ତୁ, ମୁଁ ଏବେ ବୈଠକରୁ ଆସିଲି, ସେ ଆପଣଙ୍କୁ ମାରିବେ ନାହିଁ। ଜେଲେନ୍ସ୍କି ପଚାରିଲେ, ଆପଣ କ’ଣ ଏ କଥାରେ ନିଶ୍ଚିତ? ମୁଁ ତାଙ୍କୁ କହିଲି, ଶତପ୍ରତିଶତ, ସେ ଆପଣଙ୍କୁ ମାରିବେ ନାହିଁ।