ପଶ୍ଚିମବଙ୍ଗରେ ଇଣ୍ଟରନେଟ ସେବା ବନ୍ଦ ଜାଣନ୍ତୁ କାହିଁକି
କୋଲ୍କାତା: ରବିବାର (ଏପ୍ରିଲ ୨, ୨୦୨୩) ସନ୍ଧ୍ୟାରେ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ପରେ ପୁଲିସ ଏବେ ସଂପୃକ୍ତ ଅଞ୍ଚଳରେ ନିଷେଧାଦେଶ ଜାରି କରି ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ହିଂସା ଜରି ରହିଥିବାରୁ ସେଠାରେ ଅନେକ ପୁଲିସ୍ ନିୟୋଜିତ କରିବା ସହ କଡ଼ା ବନ୍ଦୋବସ୍ତ କରାଯାଇଛି।
ପୁଲିସ କହିବା ଅନୁସାରେ, ରିଶ୍ରା ଥାନା ଅଞ୍ଚଳରେ ଦୁଇଟି ରାମ ନବମୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୬.୧୫ରେ ଗ୍ରାଣ୍ଡ୍ ଟ୍ରଙ୍କ୍ ରୋଡ୍ସ୍ଥିତ ୱେଲିଙ୍ଗ୍ଟନ୍ ଝୋଟ ମିଲ୍ ନିକଟରେ ଦ୍ବିତୀୟ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରାଯାଇଥିଲା।
ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି, “ରିଶ୍ରା ୱାର୍ଡ ୧-୫ ଏବଂ ସେରାମପୁରର ୱାର୍ଡରେ ସିଆର୍ପିସି ଧାରା ୧୪୪ ଅଧୀନରେ ନିଷେଧାଦେଶ ଲାଗୁ କରାଯାଇଛି।