୪ ମାସ ପରେ ଭାରତ ଫେରିଲେ କୋହଲି

0

ଷ୍ଟାର ଭାରତୀୟ ବ୍ୟାଟର ବିରାଟ କୋହଲି ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଟୁର କରିବେ।

ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି କୋହଲିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏବେ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଦୁଇ ଛୁଆଙ୍କ ସହ ଲଣ୍ଡନରେ ରହୁଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ପ୍ରଥମ ଆଇପିଏଲ ଟ୍ରଫି ଜିତିବା ପରେ ଜୁନରେ ଦେଶ ଛାଡ଼ି ଥିଲେ। ସେ ୪ ମାସ ପରେ ଭାରତକୁ ଫେରିଛନ୍ତି।

Leave A Reply

Your email address will not be published.