ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳିବେନି କୋହଲି ! ଅଭ୍ୟାସ ସମୟରେ ହୋଇଛନ୍ତି ଆହତ

0

ନୂଆଦିଲ୍ଲୀ (ଆମ ଟିଭି): ମାର୍ଚ୍ଚ ୯ ଅର୍ଥାତ ଆଜି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଫାଇନାଲ ଲଢ଼େଇ ପୂର୍ବରୁ ଗତକାଲି ମ୍ୟାଚ ଅଭ୍ୟାସ ବେଳେ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆହତ ହୋଇଛନ୍ତି । ଏହା ଫଳରେ ସେ ଆଜି ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ସେ ଖେଳିବେ ନାହିଁ ? କେତେକ ଗଣମାଧ୍ୟମ ରିପୋର୍ଟରେ ସେ ଆହତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ଚିନ୍ତା ବଢିଯାଇଛି ।

ସୂଚନା ଅନୁସାରେ ନେଟ୍ସରେ ଜଣେ ପେସରଙ୍କ ସାମ୍ନା କରୁଥିବା ସମୟରେ, କୋହଲିଙ୍କ ଆଣ୍ଠୁ ପାଖରେ ଆଘାତ ଲାଗିଥିଲା, ଯାହା ତାଙ୍କୁ ଟ୍ରେନିଂ ବନ୍ଦ କରିବାକୁ ବାଧ୍ୟ କରିଥିଲା । ଭାରତୀୟ ଫିଜିଓ କର୍ମଚାରୀମାନେ ତାଙ୍କ ଚିକିତ୍ସା କରିଥିଲେ, ଏକ ସ୍ପ୍ରେ ଲଗାଇଥିଲେ ଏବଂ ସେହି ସ୍ଥାନକୁ ବ୍ୟାଣ୍ଡେଜରେ ଗୁଡ଼ାଇ ଦେଇଥିଲେ । ଯଦି ଆଘାତ ଗୁରୁତର ହୋଇଥାଏ ସେ ଆଜି ନ ଖେଳିବାର ଆଶଙ୍କା ରହିଛି । ଏପରି ହେଲେ ତାହା ଟିମ ଇଣ୍ଡିଆ ପାଇଁ ଏକ ଖରାପ ଖବର । କିନ୍ତୁ ଆଘାତ ବିଶେଷ ଗୁରୁତର ନ ଥିଲେ ସେ ଖେଳିବାର ସମ୍ଭାବନା ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମ୍ୟାଚରେ କୋହଲି ୮୪ ରନର ଏକ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ । ଏହି ଇନିଂସ ଫଳରେ ହିଁ ଭାରତ ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ଲକ୍ଷ୍ୟ ହାସଲ କରିପାରିଥିଲା । ଏଣୁ ଫାଇନାଲରେ କୋହଲି ଖେଳିବା ଭାରତ ପାଇଁ ଜରୁରୀ ।

Leave A Reply

Your email address will not be published.