କୋଣାର୍କ” ସଙ୍ଗୀତ ଲୋକାର୍ପଣ*
ଓଡ଼ିଆ ଜାତିର ଗୌରବ ଗାଥା କୋଣାର୍କକୁ ନେଇ ଆମର ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା “କୋଣାର୍କ ସଙ୍ଗୀତ ଲୋକାର୍ପଣ ଉତ୍ସବ” କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରଠାରେ ହୋଇଯାଇଛି l କୋଣାର୍କ ର ଐତିହ୍ୟକୁ ନେଇ ଗୀତ ରଚନା କରିଛନ୍ତି ପଦ୍ମଭୂଷଣ ପ୍ରତିଭା ରାୟ l ଗୀତକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ପ୍ରକାଶ ମହାନ୍ତି l ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ ଏବଂ ଆଦ୍ୟଶା ଦାସ କଣ୍ଠଦାନ କରିଛନ୍ତି l କୋଣାର୍କ କୁ ସଙ୍ଗୀତ କୁ ନୃତ୍ୟଛନ୍ଦ ରେ ସଜାଇଛନ୍ତି ନିର ପଦ୍ମଶ୍ରୀ ଗୁରୁ ଅରୁଣା ମହାନ୍ତି l
ଏହି “କୋଣାର୍କ ସଙ୍ଗୀତ ଲୋକାର୍ପଣ ଉତ୍ସବ”ରେ ଅତିଥି ଭାବେ ପଦ୍ମଭୂଷଣ ପ୍ରତିଭା ରାୟ, ସଙ୍ଗୀତ ନିର୍ଦ୍ଦେଶକ ଓମ୍ ପ୍ରକାଶ ମହାନ୍ତି, କଣ୍ଠଶିଳ୍ପୀ ସତ୍ୟବ୍ରତ ସାହୁ ଏବଂ ଆଦ୍ୟାଶା ଦାସ, ପଦ୍ମଶ୍ରୀ ଅରୁଣା ମହାନ୍ତି, କଣ୍ଠଶିଳ୍ପୀ ଶ୍ରୀମତୀ ତୃପ୍ତି ଦାସ, ଶ୍ରୀମତୀ ଗୀତା ପଟ୍ଟନାୟକ, କବି ରବି ନାରାୟଣ ସେନାପତି ପ୍ରମୁଖ ଯୋଗଦେଇଥିଲେ l
କୋଣାର୍କ ଆମ ଐତିହ୍ୟ, ଆମ ସଂସ୍କୃତି, ଆମ ପରମ୍ପରା ଆଉ ଆମ ସ୍ପନ୍ଦନ l ସେଇ କୋଣାର୍କ ର ଗାଥାକୁ ସଙ୍ଗୀତ ମାଧ୍ୟମରେ ଆମ ପାଇଁ ଏକ ଅବଦାନ ଦେଇଛନ୍ତି ଆମରା ମ୍ୟୁଜିକ l କୋଣାର୍କ ସଙ୍ଗୀତ ଲୋକାର୍ପଣ ଉତ୍ସବକୁ ସଂଯୋଜନା କରିଥିଲେ ସୁ-ସାହିତ୍ୟିକ ବିଜୟ ମଲ୍ଲ l ଏହି ଉତ୍ସବରେ ଆମ କଳା, ସାହିତ୍ୟ ଓ ସଂସ୍କୃତି ସହିତ ଜଡିତ ଥିବା ବହୁ ଦର୍ଶକଙ୍କର ସମାଗମ ହୋଇଥିଲା l କୋଣାର୍କ ସଙ୍ଗୀତକୁ ବହୁତ ପ୍ରଶଂସା କରିବା ସହିତ ପରିବେଶିତ ନୃତ୍ୟକୁ ମଧ୍ୟ ଅନେକ ପ୍ରଶଂସା କରିଥିଲେ ଉପସ୍ଥିତ ଦର୍ଶକ l ଆମ କଳା ସଂସ୍କୃତିକୁ ଉଦ୍ଜୀବିତ ରଖିବା ପାଇଁ ଏହା ଏକ ମହତ ପ୍ରଚେଷ୍ଟା ବୋଲି ଉପସ୍ଥିତ ବରେଣ୍ୟ ଅତିଥି ଗଣ କହିଥିଲେ l