ମୃଦୁ ଭୂକମ୍ପରେ ଥରିଲା କୋରାପୁଟ

0

କୋରାପୁଟ (ଆମ ଟିଭି): ଭୂକମ୍ପରେ ଥରିଲା କୋରାପୁଟ ଜିଲ୍ଲା । ଆଜି ସକାଳୁ ସକାଳୁ କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। କୋରାପୁଟର କାକିରିଗୁମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡରେ ଭୁମିକମ୍ପ ଅନୁଭୁତ ହୋଇଛି।

ସୂଚନା ଅନୁଯାୟୀ, ସକାଳ ଭୋର ୫.୫ରେ ଭୂମିକମ୍ପ ଅନୁଭୁତ ହୋଇଥିଲା। ଶୋଇଥିବା ବେଳେ ଘର ଗୁଡିକ ସାମାନ୍ୟ ଦୋହଲିଥିବା ଅନୁଭୁତ ହୋଇଥିବାରୁ ଲୋକ ଭୟଭୀତ ହୋଇପଡିଥିଲେ। ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ୨ରୁ ୩ ସେକଣ୍ଡ ଧରି ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.