କେସିଆରଙ୍କ ନେତା ଇଡି ପଞ୍ଝାରେ

0

ହାଇଦ୍ରାବାଦ(ଆମ ଟିଭି): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାଡାରରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)। ସୋମବାର ଇଡି କେସିଆରଙ୍କ ଦଳ ଟିଆରଏସର ଜଣେ ଏମପି ଇଡି ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ସୋମବାର ଇଡି ଟିଆରଏସ ଏମପି ନାମା ନାଗେଶ୍ୱର ରାଓଙ୍କ ବ୍ୟାପକ ସମ୍ପତ୍ତି ଉପରେ ରେଡ୍‌ କରିଛି। ନାମା ନାଗେଶ୍ୱର ରାଓଙ୍କ ୨୮ଟି ସ୍ଥାବର ସମ୍ପତିକୁ ଇଡି ଆଟାଚ୍‌ କରିଥିବା ବେଳେ ଅନ୍ୟ ସମ୍ପତି ବାବରେ ୮୦.୬୫ କୋଟି ଟଙ୍କା ଆଟାଚ୍‌ କରିଛି। ମନିଲଣ୍ଡରିଂ ମାମଲାରେ ଇଡି ନାମା ନାଗେଶ୍ୱର ରାଓ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପତି ଉପରେ ଇଡି ରେଡ୍ କରିଛି। ଏନେଇ ଏକ ପ୍ରେସ ରିଲିଜ୍‌ ଜାରି କରିଛି।

ସେଥିରେ ନାମା ନାଗେଶ୍ୱର ରାଓଙ୍କ ମାଲିକାନାରେ ଥିବା ର ଞ୍ଚି ଏକ୍ସପ୍ରେସ ୱେ ଏଲଟିଡି, ମଧୁକନ୍‌ ପ୍ରୋଜେକ୍ଟ ଲିମିଟେଡ ଉପରେ ରେଡ୍‌ କରାଯାଇଛି । ଏହି ମଧୁକନ୍‌ କମ୍ପାନୀର ନାମା ନାଗେଶ୍ୱର ରାଓ ଉଭୟ ମାଲିକ ଓ ନିର୍ଦ୍ଦେଶକ ଅଛନ୍ତି। ରାଞ୍ଚି ଏକ୍ସପ୍ରେସ ୱେ ନାମରେ ଏଓହି କମ୍ପାନୀ ଜଣକୁ ଗ୍ୟାରେଣ୍ଟର ପକାଇ ବ୍ୟାଙ୍କ ଲୋନ୍ ଆଣିଥିବା ବେଳେ ଡିଫଲଟର ରହିଛି। ତେଣୁ ଇଡି ଏହି ମାମଲାର ଖୋଳତାଡ଼ କରୁଥିବା ବେଳେ ମଧୁକନ୍‌ କମ୍ପାନୀ ଗ୍ରୁପ୍ ନାମରେ ଏତଲା ରୁଜୁ କରିଛି।

Leave A Reply

Your email address will not be published.