କୁହୁଡି” ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ନିଶ୍ଚୟ ଯିବ*କହିଲେ ବିଜେପି ରାଜ୍ୟ ସଭାପତି
ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ଚଳଚ୍ଚିତ୍ର କୁହୁଡି ରଜ ବଜାରରେ ମୁକ୍ତିଲାଭ କରିଥିବା ବେଳେ ସଫଳତା ର ସହ ତିନି ସପ୍ତାହରେ ପହଞ୍ଚିଛି l ଏବେ ମଧ୍ୟ ଓଡିଶାର ୪୦ ଟି ହଲ୍ ରେ ଦର୍ଶକଙ୍କର ରେକର୍ଡ ସଂଖ୍ୟକ ଭିଡ଼ ଦେଖିବାକୁ ମିଳୁଛି l ଆଜି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କୁହୁଡି ଦେଖି ଭୁରି ଭୁରି ପ୍ରଶଂସା କଲେ । ଜାତୀୟ ପୁରସ୍କାର ବିବେଚିତ ହେଲା ଭଳିଆ କୁହୁଡି ଚଳଚ୍ଚିତ୍ର ନିର୍ମାଣ ହୋଇଛି ବୋଲି କହିଥିଲେ l ସୁପରଷ୍ଟାର ଅନୁଭବ ମହାନ୍ତି କୁହୁଡି ରେ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି । ଏଥିରେ ଅଭିନେତା ଦ୍ବିପନ୍ବିତ ଦାସମହାପାତ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ପ୍ରକୃତି ମିଶ୍ର, କୁନା ତ୍ରିପାଠୀ , ଶକ୍ତି ବରାଳ ଓ ସୁକୁମାର ଟୁଡୁ, ସୁଶୀଲ ମିଶ୍ର ଏବଂ ଦୁଇ କୁନି କଳାକାର ପିହୂ ଓ ଦୀକ୍ଷା ଅଭିନୟ କରିଛନ୍ତି। ଅନୁଭବଙ୍କ ଏହା ବହୁ ପ୍ରତିକ୍ଷୀତ ଫିଲ୍ମ ଭିତରୁ ଗୋଟିଏ । ଚଳିତ ବର୍ଷର ପରଦାକୁ ଆସୁଥିବା ତାଙ୍କର ପ୍ରଥମ ଫିଲ୍ମ “କୁହୁଡି”। ପୂର୍ବରୁ ଦ୍ବିପନ୍ବିତଙ୍କ ଅଭିନୟ ଆପଣ ‘ବିଗୁଲ୍’ରେ ଦେଖିଥିଲେ । ଯାହା ବେଶ ଲୋକାଦୃତ ହୋଇପାରିଥିଲା । ଏଥିରେ ସେ ଏକ ଅଭିଯୁକ୍ତ ଭୂମିକାରେ ନଜର ଆସୁଛନ୍ତି। କ୍ୟାମେରା କୁଇନ ପ୍ରଡ଼କସନ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର କୁହୁଡି ର ପ୍ରଯୋଜନା ଦାୟିତ୍ୱ ରେ ଅଛନ୍ତି ହିମାଦ୍ରୀ ତନୟ ଦାସ,
ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ, ଚିତ୍ରତ୍ତୋଳନ ଅନିଲ କାକ୍କୀ l
କୁହୁଡି ଏକ ପାରିବାରିକ ବିଷୟବସ୍ତୁ ଆଧାରିତ ଚଳଚ୍ଚିତ୍ର l ରଜ ବଜାର ରେ ପୁରା ପରିବାର ସଦସ୍ୟ ଏକସାଙ୍ଗରେ ବସି ସମ୍ପୂର୍ଣ୍ଣ ସିନେମାର ମନୋରଞ୍ଜନ ନେଇପାରିବେ ବୋଲି ପ୍ରଚାର, ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି l