୭ ଦିନିଆ ରିମାଣ୍ଡରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

0

ଭୁବନେଶ୍ୱର(ଆମ ଟିଭି): ଅର୍ଚ୍ଚନା ନାଗକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଆଜି ଭୁବନେଶ୍ବର କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ। ୭ ଦିନିଆ ରିମାଣ୍ଡ୍‌ରେ ବ୍ଲାକ୍‌ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ । ୧୫ ଦିନିଆ ରିମାଣ୍ଡ୍‌ରେ ନେବା ପାଇଁ ଇଡି କୋର୍ଟରେ ଆବେଦନ କରିିଥିବା ବେଳେ କୋର୍ଟ ୭ ଦିନର ଅନୁମତି ଦେଇଛନ୍ତି ।

ତେବେ ଆଜି କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ୍ । ଜେଲରୁ ବାହାରି କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ସେହିଭଳି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ କୋର୍ଟରେ ହାଜର ହୋଇଥିଲେ । ହାଜିରା ପରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପାଇଁ ବିଧିବଦ୍ଧ ଆବେଦନ କରିଥିଲା ଇଡି ।

 

 

Leave A Reply

Your email address will not be published.