“କିଫ୍” ମହୋତ୍ସବରେ ଲହରୀର ପ୍ରିମିୟର

0

ଭୁବନେଶ୍ୱର (ଆମ ଟିଭି): ଝିଲିକ୍ ମୋଶନ ପିକଚର୍ସ’ ଦ୍ବାରା ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ୩୦ତମ  ‘କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ ବା ‘କିଫ୍’ରେ ୱାଲର୍ଡ ପ୍ରିମିୟର ହୋଇଯାଇଛି। ଭାରତୀୟ ଭାଷା ପ୍ରତିଯୋଗିତା ବିଭାଗରେ ଏହି ଫିଲ୍ମଟି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଥିଲା। ଚଳିତ ଡିସେମ୍ବର ମାସ ୮, ୯ ଏବଂ ୧୦ ତାରିଖରେ ଏହି ଫିଲ୍ମଟି ତିନିଟି ସ୍କ୍ରିନିଂ ପାଇଁ ଧାର୍ଯ୍ୟ ହୋଇଥିଲା । ଜାତୀୟ ପୁରସ୍କାର ବିଜେତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଲିଖିତ ଓ ନିର୍ଦ୍ଦେଶିତ ‘ଲହରୀ’ ଚଳଚ୍ଚିତ୍ରଟି ଓଡ଼ିଶାର ଇକୋ-ଟ୍ୟୁରିଜିମ୍ ଉପରେ ଆଧାରିତ ।

ଫିଲ୍ମଟି ଓଡ଼ିଶାର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଉଦ୍ୟମଶୀଳତାର ଭାବନାକୁ ନେଇ ନିର୍ମିତ ହୋଇଛି । ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ଦ୍ବୀପନ୍ବିତ ଦାସ ମହାପାତ୍ର, ଶିଶୁ କଳାକାରରେ ସ୍ମୃତି ମାହାଲା, ସୁଶାନ୍ତ ମିଶ୍ର, ସ୍ବସ୍ତିକ ଚୌଧୁରୀ, ଜେନାବ ଡୋଏର ପ୍ରମୁଖ କଳାକାର ଏଥିରେ ଅଭିନୟ କରିଛନ୍ତି । ତେବେ ଅନ୍ୟମାନଙ୍କ ମଧ୍ୟରେ ଝିଲିକ୍ ଭଟ୍ଟାଚାର୍ଜୀ, ବାବୁଶାନ, ହର ରଥ, ଦେବାଶିଷ ପାତ୍ର, ପ୍ରସନ୍ନଜିତ୍ ମହାପାତ୍ର ପ୍ରମୁଖଙ୍କୁ ଦର୍ଶକେ ଦେଖିବାକୁ ପାଇବେ ।

ଫିଲ୍ମର ଗୀତଗୁଡ଼ିକକୁ ସଂଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ କିଶାଲୋକ ରାୟ। ଗୌରବ ଆନନ୍ଦ ଏବଂ ନାଭ୍ୟା ଜାଇତି ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି। ତେବେ ‘କିଫ୍’ ପରି ଏକ ସମ୍ମାନଜନକ ଉତ୍ସବରେ ପ୍ରିମିୟର୍ ପାଇଁ ‘ଲହରୀ’ ମନୋନୀତ ହୋଇଥୁବାରୁ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଜୀ ବେଶ୍ ଉତ୍ସାହିତ ହୋଇଛନ୍ତି।

Leave A Reply

Your email address will not be published.