ମାଲକାନଗିରିରେ ଚାପିଦେଲା ଲକ୍ଷ୍ମୀ ବସ୍

0

ଭୁବନେଶ୍ୱର: ଚାପିଦେଲା ଲକ୍ଷ୍ମୀ ବସ୍ । ଜଣେ ଯୁବକଙ୍କୁ ଧକ୍କା ଦେଇଛି ଲକ୍ଷ୍ମୀ ବସ୍। ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରି ଚିତ୍ରକୋଣ୍ଡା ଥାନା ହନ୍ତାଳଗୁଡା ଘାଟିରେ ଏପରି ଘଟଣା ଘଟିଯାଇଛି। ସରକାରୀ ବସ୍ ଭାବେ ପରିଚିତ ଲକ୍ଷ୍ମୀ ବସ୍ ଧକ୍କାରେ ଗୁରୁତର ଆହତ ହୋଇ ଯୁବକଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବ୍ୟକ୍ତି ଜଣକ ହେଲେ ରାମବାବୁ।

ସୂଚନାଥାଉ କି, ଚିତ୍ରକୋଣ୍ଡାରୁ ପଣସପୁଟଆଡେ ଯାଉଥିବା ଲକ୍ଷ୍ମୀ ବସ୍ ବିପରୀତ ଦିଗରୁ ଆସୁଥିବା ବାଇକ୍ ଆରୋହୀ ରାମବାବୁଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ରାମବାବୁଙ୍କୁ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।

Leave A Reply

Your email address will not be published.