ରାହୁଲ ଗାନ୍ଧିଙ୍କ ନାଁରେ କେସ୍ କରିବେ ଲଳିତ ମୋଦୀ, ଜାଣନ୍ତୁ କାହିଁକି

0

ନୂଆଦିଲ୍ଲୀ :କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ରାହୁଲଙ୍କ ବିରୋଧରେ କୋର୍ଟକୁ ଯିବେ ବୋଲି କହିଲେ। ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରି ଇଂଲଣ୍ଡର ଅଦାଲତାରେ ମକଦ୍ଦମା କରିବେ ବୋଲି ଟ୍ୱିଟ୍ କରି ଧମକ ଦେଇଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ।

୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ଲଲିତ ମୋଦି ଏବଂ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଟାର୍ଗେଟ୍ କରି, ସମସ୍ତ ଚୋରମାନଙ୍କ ନାଁ ମୋଦି କିଭଳି ହୋଇପାରେ…? ବୋଲି ମନ୍ତବ୍ୟ ଦେଇଥିଲେ।

ଏବେ ରାହୁଲଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରି ଲଳିତ ମୋଦି ଟ୍ୱିଟ୍ କରି କହିଛନ୍ତି, ମୁଁ ବିଚାର ବ୍ୟବସ୍ଥାର ପଳାତକ ବୋଲି ସାଧାରଣ ଜନତା ଓ ଗାନ୍ଧୀଙ୍କ ସହଯୋଗୀମାନେ ବାରମ୍ବାର କହୁଛନ୍ତି। କେଉଁ ଦୃଷ୍ଟିରୁ ମୁଁ ପଳାତକ? ମୁଁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହିଁ।

Leave A Reply

Your email address will not be published.