ପାଟଣା (ଆମ ଟିଭି): ଲାଲଙ୍କ ଝିଅ ଘରେ ଆଜି ଇଡି ଚଢ଼ାଉ କରିଥିଲା। ଏହାରି ଭିତରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍ ପୋଷ୍ଟ୍ ଜରିଆରେ କେନ୍ଦ୍ର ସରକାର ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।
ରୋହିଣୀ ଆଜି ଅନେକ ଗୁଡ଼ିଏ ଟ୍ବିଟ୍ କରି ଲେଖିଛନ୍ତି କି ‘ବାସ୍ ତାଙ୍କ ଲକ୍ଷ୍ୟ ହେଉଛି କୌଣସି ବି ଉପାୟରେ ଲାଲୁ ଯାଦବଙ୍କ ପରିବାର ଲୋକଙ୍କୁ ଭାଙ୍ଗିଦେବା। ନୀଚ୍ଚତାର ସବୁ ସୀମା ପାର୍ ହୋଇଯାଉ ପଛେ, ଇଏ ଲୋକ କରୁଥିଲେ ଓ କରିବେ। ତମମାନଙ୍କ ମନ୍ଦ ଉଦ୍ଦେଶ୍ୟକୁ ଆମେ ଧୂଳିସାତ୍ କରିବା ଜାଣୁ। ଆମେ ଲାଲୁବାଦୀ।’