ପାଟଣା(ଆମ ଟିଭି): ବିହାର ରାଜନୀତିରେ ରାଜନୈତିକ ମହୋଲ ସରଗରମ ଥିବା ବେଳେ ଆଜି ଆସିଛି ଏକ ବଡ଼ ଖବର। ବିହାର ସାସାରାମ ଜିଲ୍ଲାରେ ଆରଜେଡି ନେତା ବିଜେନ୍ଦ୍ର ଯାଦବଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଆରଜେଡି ନେତା ଲାଲୁ ଯାଦବ ଓ ପୁଅ ତେଜସ୍ବୀ ଯାଦବଙ୍କର ଥିଲେ ଅତି ଘନିଷ୍ଠ ଓ ବିଶ୍ବସ୍ତ । ବର୍ତ୍ତମାନ ସେ ପେକ୍ସ ଅଧ୍ୟକ୍ଷ ଥିଲେ । କରଗହର ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ବାଇକରେ ଆସି ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ୍ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରଠାରୁ ରାଜ୍ୟରେ ଅପରାଧୀ ବିନା ଭୟରେ ବୁଳୁଥିବା ବିଜେପି ବାରମ୍ବାର ଅଭିଯୋଗ କରିଆସୁଛି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ କହିଥିଲେ, ମହାମେଣ୍ଟ ସରକାର ଆଓିବା ପରେ ବିହାରରେ ଅପରାଧୀଙ୍କ ତାଣ୍ଡବ ଆରମ୍ଭ ହୋଇଯାଇଛି । ନିକଟ ଅତୀତରେ ଜଣେ ଯବାନଙ୍କୁ ହତ୍ୟା କରାଯାଇଥିଲା । ତାଙ୍କର ଏକ ଝିଅକୁ ମଧ୍ୟ ଗୁଳି ମରାଯାଇଥିଲା । ଏହି ଘଟଣା ଘଟିବା ପରେ ବିହାର ରାଜନୀତି ସରଗରମ ହୋଇଛି।