ପାକିସ୍ତାନରେ ବଡ଼ ବିସ୍ଫୋରଣ: ୬ ମୃତ

0

ନୂଆଦିଲ୍ଲୀ (ଆମ ଟିଭି): ଦାରିଦ୍ର୍ୟତା ଭିତରେ ଆଉଟୁପାଉଟୁ ହେଉଥିବା ପାକିସ୍ତାନରେ ଏବେ ପୁଣି ଏକ ବଡ଼ ବିସ୍ଫୋରଣ । ପାକିସ୍ତାନର ପଞ୍ଜାବ ସ୍ଥିତ କୋଟ ଅଡ୍ଡୁ ଜିଲ୍ଲାରେ ଏକ ଘର ଭିତରେ ବିସ୍ଫୋରଣ ଘଟିବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୁଜାଫରଗଡ ଜିଲ୍ଲା ପୋଲିସ ଅଧିକାରୀସୟଦ ହସନେନ ହାଇଦରଙ୍କ ସୂଚନା ମୁତାବକ ସମସ୍ତ ମୃତକ ଗୋଟିଏ ପରିବାରର । ସେମାନେ କବାଡି ସାମଗ୍ରୀ କିଣା ବିକ୍ରି କରିଥାନ୍ତି । କବାଡି ସାମଗ୍ରୀ ସଫା କରୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା ।

ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ୧୧୨୨ର ପ୍ରବକ୍ତା କହିଛନ୍ତି କି, ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ୨ଜଣ ପୁରୁଷ ଓ ୨ଜଣ ଛୋଟ ପିଲା ସାମିଲ ଅଛନ୍ତି । ଏହାସହ ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ହସ୍ପିଟାଲକୁ ପଠାଇ ଦିଆଯାଇଛି । ସେପଟେ ବିସ୍ଫୋରଣର କାରଣ ଜାଣିବା ପାଇଁ ଯାଂଚ ଚାଲିଛି ବୋଲି କହିଛନ୍ତି ମୁଜାଫରଗଡ ଜିଲ୍ଲା ପୋଲିସ ଅଧିକାରୀ ।

Leave A Reply

Your email address will not be published.