ଭୁବନେଶ୍ୱର(ଆମ ଟିଭି): ଆଜି ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୨୨୦ ଅଧିକାରୀଙ୍କୁ ବଦଳି କରାଯାଇଛି । ଏହି ବଦଳି ସହ ସମସ୍ତ ଅଧିକାରୀଙ୍କୁ ବିଭାଗ ସେଣ୍ଟ୍ରାଲୀ ରିଲିଭ୍ କରାଯାଇଛି । ୨୫ ତାରିଖ ସୁଦ୍ଧା ନୂତନ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ପୂଜା ଛୁଟି ସତ୍ୱେ ବି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ସେପ୍ଟେମ୍ବର ୧୨ ଓ ଅକ୍ଟୋବର ୧୩ରେ ଯେଉଁ ଓଏଏସ୍ଙ୍କ ବଦଳି ହୋଇଥିଲା । ସେମାନଙ୍କୁ ମଧ୍ୟ ରିଲିଭ କରାଗଲା ବୋଲି ଉଲ୍ଲେଖ ରହିଛି । ପୁରୀରେ ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ଭୁବନେଶ୍ୱର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି ।
ନିମାପଡ଼ା ତହସିଲଦାର ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ବାଲିପାଟଣା ବିଡିଓ, ଯାଜପୁର ଡେପୁଟି କଲେକ୍ଟର କାଜଲ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର, କଟକର ଆସିଷ୍ଟାଣ୍ଟ କଲେକ୍ଟର ସୋମ୍ୟ ବିଶ୍ୱାଳ ଓ ବ୍ରହ୍ମପୁରର ଅତିରିକ୍ତ ତହସିଲଦାର ପ୍ରିୟଙ୍କା ନାହକଙ୍କୁ ଭୁବନେଶ୍ୱରର ଅତିରିକ୍ତ ତହସିଲଦାର, ବାଲିପଟଣା ବିଡିଓ ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କୁ ବିଡିଏର ଅତିରିକ୍ତ ଭୂ-ଅଧିକାରୀ ଭାବେ ବଦଳି କରାଯାଇଛି ।