ଭୁବନେଶ୍ବର (ଆମ ଟିଭି): ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରଯାଇଛି । ଭାରତୀୟ ପୁଲିସ ସେବା(ଆଇପିଏସ୍) ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦଳବଳ କରାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବି. ରାଧିକାଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି।
ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷା ଭାବେ ବି.ରାଧିକାଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହିତ ରାଜ୍ୟ ଅପରାଧ ବିଧି ବିଜ୍ଞାନଗାରର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ସମ୍ପାଦନ କରିବେ।ଓଡ଼ିଶା ରାଜ୍ୟ ପୁଲିସ ଗୃହ ଓ ଉନ୍ନୟନ ନିଗମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଆଶିଷ ସିଂଙ୍କୁ ଅତିରିକ୍ତ ଦାୟିତ୍ବ ସମ୍ପାଦନ ପାଇଁ ନିଯୁକ୍ତି ମିଳିଛି।