ପରଲୋକରେ ଏସପିଜିର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନା

0

ନୂଆଦିଲ୍ଲୀ (ଆମ ଟିଭି): ନୂଆଦିଲ୍ଲୀରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କେରଳ କ୍ୟାଡରର ୧୯୮୭ ବ୍ୟାଚ ଆଇପିଏସ ଅଧିକାରୀ ସିହ୍ନାଙ୍କୁ ନିର୍ଦ୍ଦେଶକ, ଏସପିଜି ଭାବରେ କାର୍ୟ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଥିଲା।

Leave A Reply

Your email address will not be published.