ଭୁବନେଶ୍ୱର (ଆମ ଟିଭି): କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ । ମଧୁପାଟଣା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠିତ ହୋଟେଲରେ ନିର୍ୟାତନାର ଶିକାର ହୋଇଥିବା ମଧୁପାଟଣା ଥାନାରେ ଏତଲା । ଜନ୍ମଦିନ ପାଳନ ପରେ ଅଭାବନୀୟ କାଣ୍ଡ ଘଟିଥିବା ସୂଚନା ମିଳିଛି । କାଲି ଛାତ୍ରୀ ଜଣକ ତାଙ୍କର ଜଣେ ସହପାଠୀଙ୍କ ଜନ୍ମଦିନ ପାଳିବାକୁ ମଧୁପାଟଣା ଛକ ନିକଟରେ ଥିବା ଏକ ହୋଟେଲକୁ ଆସିଥିଲେ ।
ସନ୍ଧ୍ୟା ସମୟରେ ହୋଟେଲରେ ଜନ୍ମଦିନ ପାଳନ ହୋଇଥିଲା । ପରେ ସମସ୍ତେ ନିଜ ରୁମକୁ ଶୋଇବାକୁ ଯାଇଥିଲେ । ପୀଡିତା ନିଜ ରୁମରେ ଶୋଇଲା ବେଳେ କବାଟ ଦେବାକୁ ଭୁଲି ଯାଇଥିଲେ । ଏହି ସମୟରେ ହୋଟେଲ ମ୍ୟାନେଜର ରୁମରେ ପଶି ଦୁଷ୍କର୍ମ କରିଥିବା ସିସିଟିଭିରୁ ଜଣାପଡିଛି । ଅଭିଯୋଗ ପରେ ହୋଟେଲ ମ୍ୟାନେଜକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ ।