ଘରେ ରହି କାମ କରିପାରିବେ ଓକିଲ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇଲାଣି । ସେଥିପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଓକିଲମାନେ ଓ୍ବାର୍କ ଫ୍ରମ ହୋମ କରିପାରିବେ ବୋଲି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଗତ କିଛି ଦିନ ଧରି ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଓ୍ବାର୍କ ଫ୍ରମ ହୋମ ଲାଗି ଗ୍ରୀନ ସିଗନାଲ ଦେଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଜେ.ବି. ପାର୍ଦିଓ୍ବାଲା ।

ଆଜିଠୁ ଭିଡିଓ କନଫରେନ୍ସିଂ ଜରିଆରେ ଓକିଲମାନେ ହାଜର ହୋଇପାରିବେ ବୋଲି କହିଛନ୍ତି କୋର୍ଟ । ଗତକାଲି ଦେଶରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୪ ହଜାର ୪୩୫ ହୋଇଥିବାବେଳେ ଗତ କିଛିଦିନ ଧରି ଉପରମୁହାଁ ରହିଛି କରୋନା ଗ୍ରାଫ । ଗତ ୧୬୩ ଦିନ ମଧ୍ୟରେ ଗତକାଲି ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.