ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀ ସଂସଦୀୟ କ୍ଷେତ୍ରର ନେତା

0

ଭୁବନେଶ୍ୱର (ଆମ ଟିଭି): ନବୀନ ନିବାସରେ ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ପୁରୀ ସଂସଦୀୟ କ୍ଷେତ୍ରର ନେତା । ଅରୂପ ପଟ୍ଟନାୟକଙ୍କ ସହ ବିଧାୟକ ଆଶାୟୀ ପ୍ରାର୍ଥୀ ପୁରୀରେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପହଞ୍ଚିଥିଲେ । ନିଜ ନିଜ ସମର୍ଥକଙ୍କ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଆଶାୟୀ ପ୍ରାର୍ଥୀ । ମହାପ୍ରଭୁଙ୍କ ଆଶିଷ ନେବା ପରେ ପ୍ରଚାର ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

କିଛି ଦିନ ତଳେ ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ହୋଇଥିଲା । ଏହା ପରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନେଇ ବୈଠକ କରିଥିଲେ ଅରୂପ ପଟ୍ଟନାୟକ ।

Leave A Reply

Your email address will not be published.