ଗୁଲାମଙ୍କ ହାତ ଛାଡିଲେ, କଂଗ୍ରେସ ରେ ଯୋଗ ଦେଲେ
ନୂଆଦିଲ୍ଲୀ: ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଜି ବଡ଼ ବଳ ମିଳିଛି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପୂର୍ବରୁ କଂଗ୍ରେସ ପାଇଁ ଭଲ ଖବର ଆସିଛି। ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳ ଛାଡ଼ିଥିବା ଏକାଧିକ ନେତା ଆଜି କଂଗ୍ରେସକୁ କମବ୍ୟାକ କରିଛନ୍ତି।
ଶୁକ୍ରବାର ଜମ୍ମୁ-କଶ୍ମୀରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସହ ଅନେକ ବରିଷ୍ଠ ନେତା ଓ କର୍ମୀ କଂଗ୍ରେସକୁ ଫେରିଛନ୍ତି। ଚାନ୍ଦଙ୍କ ବ୍ୟତୀତ ଘର ବାହୁଡ଼ା ହୋଇଥିବା ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପରୀଜାଦ ମହମ୍ମଦ ସୟିଦ, ମୁଜାଫର ପ୍ୟାରୀ ଓ ବଲୱନ ସିଂହଙ୍କ ଭଳି ହେଭିୱେଟ ଅଛନ୍ତି। ସେମାନଙ୍କୁ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଭବ୍ୟ ସ୍ୱାଗତ ମଧ୍ୟ କରିଛନ୍ତି।
ଏହି ଘର ବାହୁଡ଼ା କାର୍ଯ୍ୟକ୍ରମରେ କେସି ଭେନୁଗୋପାଲ, ଜୟରାମ ରାମ ରେମଶ ଓ ରଜନୀ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ନେତାମାନେ ପୁଣି ଘରକୁ ଫେରିଥିବାରୁ ଭେନୁଗୋପାଲ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି। ଏଥିସହ ଆଜି କଂଗ୍ରେସ ପାଇଁ ବହୁତ ବଡ଼ ଦିନ ବୋଲି ସେ କହିଛନ୍ତି।