ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ: ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

0

ଭୁବନେଶ୍ୱର(ଆମ ଟିଭି): ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ । ଏହି ପରିପ୍ରେକ୍ଷୀରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ । କାହିଁକି ନା ପୂର୍ବରୁ ଚଳିତ ବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପିତ ହୋଇଥିଲା । ଏଣୁ ଆଜି ଅର୍ଥାତ୍ ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପିତ ହେବ । ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ଶେଷ ହେବ । ଚଳିତ ବଜେଟ୍ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟାଦିବସ ରହିଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । ଅପରାହ୍ନରେ ଅଧିବେଶନ ୪ଟାରୁ ସନ୍ଧ୍ୟା ୭ଟା ଯାଏ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ସେପଟେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସବୁ ସ୍ତରରେ ଦୁର୍ନୀତି ହେଉଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଥିବା ବେଳେ ଧାନର ଅଭାବି ବିକ୍ରି , ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ବେଲ୍ ଆଦି ପ୍ରସଙ୍ଗ ଗୃହରେ ଉଠାଇବ କଂଗ୍ରେସ । ଅନ୍ୟପଟେ ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି ।

Leave A Reply

Your email address will not be published.