ଭୁବନେଶ୍ଵର (ଆମ ଟିଭି): ଗତକାଲି ଠାରୁ ଆରମ୍ଭ ହୋଇଛି ବିଧାନସଭାରେ ଶୀତକାଳୀନ ଅଧିବେଶନ । ଆଜି ହେଉଛି ଦ୍ୱିତୀୟ ଦିନ। ହେଲେ ଆଜି ବି ଚାଲିପାରିଲାନି ଗୃହକାର୍ଯ୍ୟ । ଆରମ୍ଭରୁ ବିରୋଧୀ ହୋହାଲ୍ଲା କରିବାରୁ ୧୨ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ।
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହାଲ୍ଲା କରିଥିଲେ । ବାଚସ୍ପତି ସେମାନଙ୍କୁ ନିଜ ନିଜ ସ୍ଥାନକୁ ଫେରିଯିବାକୁ ଅନୁରୋଧ କରିଥିଲେ ବି କେହି ଶୁଣିନଥିଲେ । ବାଧ୍ୟ ହୋଇ ଗୃହକୁ ୧୨ଯାଏଁ ମୁଲତବି କରିଥିଲେ ବାଚସ୍ପତି ।