ଏଥର କମ ବର୍ଷା

0

ନୂଆଦିଲ୍ଲୀ :ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ। ସ୍ୱାଭାବିକଠାରୁ କମ ବର୍ଷା ହେବ। ଏମିତି କିଛି ଆକଳନ କରିଛି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ । ଚଳିତ ବର୍ଷ ଏଲନିନୋ ଉପୁଜିବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ହ୍ରାସ ପାଇବ। ସାଧାରଣତଃ ଏଲନିନୋ ସୃଷ୍ଟି ହେଲେ ଏହା ମୌସୁମୀଙ୍କୁ ପ୍ରଭାବିତ କରିଥାଏ। ଫଳରେ ଏସିଆର ଜଳବାୟୁ ଉଷ୍ମ ରହିଥାଏ। ସ୍କାଏମେଟର ପରିଚାଳନା ନିର୍ଦ୍ଦେଶକ ଜତିନ୍ ସିଂହ ଏକ ବିବୃତ୍ତିରେ କହିଛନ୍ତି ଯେ, ସାଧାରଣତଃ ଏହି ଏଲନିନୋ ମୌସୁମୀକୁ ଦୁର୍ବଳ କରିଦେଇଥାଏ। ଫଳରେ ମୌସୁମୀ ଆଗମନରେ ଅନିୟମିତା ସୃଷ୍ଟି ହୋଇ ବୃଷ୍ଟିପାତ କମ ହୋଇଥାଏ। ତେଣୁ ଚଳିତ ବର୍ଷ ୯୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

ସାଧାରଣତଃ ମୌସୁମୀ ଜୁନ୍ ମାସାରୁ ଆରମ୍ଭ ହେଉଥିବା ବେଳେ ଗତ ୫୦ ବର୍ଷରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହେବାର ରେକର୍ଡ଼ ରହିଛି। ବାର୍ଷିକ ମୌସୁମୀ ଆଗମନ ସମ୍ପର୍କିତ ସବିଶେଷ ଆକଳନ ଖୁବଶୀଘ୍ର ଭାରତୀୟ ପାଣିପାଗ ବିଗଭାଗ ପକ୍ଷରୁ ପ୍ରକାଶ ପାଇବ । ଭାରତର ଅଧିକାଂଶ ଚାଷ ଜମି ଅଣଜଳସଚିତ ବର୍ଗର। ଯେଉଁଠି ଚାଷ ପାଇଁ ସୁବିଧା ନଥାଏ। ତେଣୁ ଏ ସବୁ କ୍ଷେତ୍ର ଗୁଡ଼ିକ ବର୍ଷା ଉପରେ ନିର୍ଭରଶୀଳ।

ତେଣୁ ଖରାଦିନିଆ ଖରିଫ ଋତୁରେ ଦେଶରେ ଚାଉଳ, ମକା, ବେତ, କପା ଏବଂ ସୋୟାବିନ୍ ଫସଲ ହୋଇଥାଏ। ଏ ସବୁ ଚାଷ ପାଇଁ ପାଣି ଅଧିକ ଆବଶ୍ୟକ ପଡ଼ିଥାଏ। ଏହି ଖରିଫ ଫସଲରୁ ଚାଷୀ ବର୍ଷଯାକର ଚଳିବା ପାଇଁ ଦୁଇପଇସା ଲାଭ କରିଥାଏ। ହେଲେ ଏଥର ବର୍ଷାର ପାରିମାଣ କିମିଲେ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି। ଫଳରେ ଏହା ଚାଷୀକୂଳ ପାଇଁ ଚିନ୍ତାର କାରଣ ପାଲଟିପାରେ। ତେବେ ଉତ୍ତର ଏବଂ ମଧ୍ୟଭାଗରେ ବର୍ଷା ଅଭାବ ହେବାର ସମ୍ଭାବନା ରହିଛି ବୋଲି ସ୍କାଏମେଟ ଆଶା କରିଛି।

Leave A Reply

Your email address will not be published.