ଓଡିଆ ସିନେମା ବଞ୍ଚାଅ ଅଭିଯାନ ରେ ଆସ ଦେଖିଯିବା “ଦମନ” ଆହ୍ବାନ
ଭୁବନେଶ୍ୱର(ଆମ ଟିଭି) : ଓଡିଆ ସିନେମା ବଞ୍ଚାଅ ଅଭିଯାନ ର ଆଜି ୧୫ତମ ଦିନରେ ପହଞ୍ଚିଲା।ଆଜି ର ମୁବ୍ଦା ଥିଲା ମୈ।ଳିକ କାହାଣୀ କୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଦମନ” କୁ ସବୁ ଦର୍ଶକମାନେ ଦେଖିବା ଓ ଅନ୍ୟମାନଙ୍କୁ ଦେଖିବା ପାଇଁ ପ୍ରବର୍ତ୍ତାଇବା। ବହୁଦିନ ପରେ ଅଭିନେତା ବାବୁଶାନ କମେଡି,ରୋମାଣ୍ଟିକ ଓ ଆକ୍ସନ ଛାଡି ବାସ୍ତବବାଦୀ ଅଭିନୟ କରିଛନ୍ତି ଚଳଚ୍ଚିତ୍ର “ଦମନ”ରେ।କରୋନା କାରଣରୁ ଦୁଇବର୍ଷ ହେଲା ବଡ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି। “ବିଦ୍ୟାରାଣ” ପରେ ବିଗ୍ ବଜେଟ୍ ଫିଲ୍ମ “ଦମନ” ନଭେମ୍ବର ୪ ରେ ମୁକ୍ତିଲାଭ ପାଇଁ ସଜବାଜ ହେଇସାରିଛି ।ତେବେ ନୂଆ ଶୈଳୀ ରେ ଚଳଚ୍ଚିତ୍ର “ଦମନ” ର ପ୍ରଚାର ନୂଆ ଆରମ୍ଭ ହୋଇ ଖୁବ୍ ପ୍ରଶଂସା ସାଉଟି ସାରିଛି। ଫିଲ୍ମରେ ବାବୁଶାନ୍ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର।

ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛିଚଳଚ୍ଚିତ୍ର ଦମନ ରେ । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଚଳଚ୍ଚିତ୍ର ରେ । ବଡ଼ ବଜେଟ୍ର ଏହି ଫିଲ୍ମରେ ବାବୁଶାନ୍ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ। ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ “ଵିଜୁ ବାବୁ” ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଇଁଟି ସାରିଛନ୍ତି। ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ ଆଗାମୀ ନଭେମ୍ବର ୪ ରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ଶ୍ରୀ ଜେଠୀ କହିଛନ୍ତି ଏ ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେବ। ଆମ ଦୈନନ୍ଦିନ ଜୀବନ ରେ ଘଟୁଥିବା କାହାଣୀ କୁ ନେଇ ନିର୍ମାଣ ହୋଇଥିବା ‘ଦମନ’ ଚଳଚ୍ଚିତ୍ର ଖୁବ ସଫଳତା ଆଣିବା ସହିତ ଏଇ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଦର୍ଶକ ଆଗକୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି lଚଳଚ୍ଚିତ୍ରର ସଙ୍ଗୀତ ଓ ସାଟେଲାଇଟ୍ ବିତରଣ ଦାୟିତ୍ବ ଆମର ମ୍ୟୁଜିକ ନେଇଛନ୍ତି।ଚଳଚ୍ଚିତ୍ର “ଦମନ” ୫୦ଟି ପ୍ରେକ୍ଷାଳୟ ରେ ସାରା ଓଡିଶାରେ ମୁକ୍ତିଲାଭ କରିବ।