“ଉଡ୍ର”ର ଦୀପାବଳୀ ଅବସରରେ “ଚାଲ ଖୁସି ବାଂଟିବା”
ଭୁବନେଶ୍ୱର(ଆମ ଟିଭି): ଦୀପାବଳୀ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ୍ ପକ୍ଷରୁ “ଚାଲ ଖୁସି ବାଂଟିବା” ଏକ ଭିନ୍ନ ଧରଣର କାର୍ୟ୍ୟକ୍ରମ ତମାଣ୍ଡୋ, କଳିଙ୍ଗବିହାର ଡି.ଏନ୍. ରିଗାଲିଆ ମଲ୍ ସ୍ଥିତ ବାର୍ବେକିୟୁ ନେସନ୍ ରେଷ୍ଟୁରାଂଟ୍ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ୫୦ ଜଣ ଦୃଷ୍ଟି ବାଧ୍ୟତ ପିଲାମାନଙ୍କୁ ଏକ ବସ୍ ଯୋଗେ ଆଣି ବାର୍ବେକିୟୁ ନେସନ୍ ରେଷ୍ଟୁରାଂଟ୍ ଠାରେ ଦିନ ତମାମ ଏକ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରିଥିଲା । ସେଠାରେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ, ଓଡିଆ ସିନେଜଗତର ଅଭିନେତା ସମରେଶ ରାଉତରାୟ, ବୁଲୁ ଦାସ, ଦେବାଶିଷ ପାତ୍ର, ଅଭିନେତ୍ରୀ ପୁନମ ମିଶ୍ର ଉପସ୍ଥିତ ରହିଥିଲେ । ଏହି କାର୍ୟ୍ୟକ୍ରମରେ ସଙ୍ଗୀତକାର ବିଷ୍ଣୁ ମୋହନ କବିଙ୍କର ଓ.ଡି. ୦୧ ପପ୍ ଗ୍ରୁପ୍ ଦ୍ଵାରା ସଂଗୀତ ପରିବେଷଣ କରାଯାଇଥିଲା । ପିଲାମାନେ ସେମାନଙ୍କ ସହିତ ନାଚଗୀତରେ ନିଜକୁ ହଜାଇଦେଇ ଖୁସି ମନାଇଥିଲେ ଏବଂ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉତରୋତର କାମନା କରିଥିଲେ । ଏହି ଅବସରରେ ଶ୍ରୀ ଦାସନାୟକ କହିଥିଲେ ଖୁସି ବାଂଟିଲେ ଖୁସି ବଢେ ।
ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ୟ୍ୟକ୍ରମ ଆୟୋଜନ କରିଥାଏ । ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଂଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଦେବୀ ପ୍ରସାଦ ମଙ୍ଗରାଜ, ସତ୍ୟ ସୁମନ, ଅସିତ୍ ସାହୁ, ପବନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ ଏବଂ ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।