ସଂଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଓ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ମୂର୍ଚ୍ଚନା ସମ୍ମାନ-୨୦୨୨ ଓ ଆଜୀବନ ସାଧନା ପାଇଁ ଶ୍ରୀ ମନ୍ମଥ ମିଶ୍ରଙ୍କୁ ‘ଆଜୀବନ ସାଧନା ସମ୍ମାନ-୨୦୨୨’ ପ୍ରଦାନ

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅକ୍ଷୟ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, ଶାସ୍ତ୍ରୀୟ, ବାଦ୍ୟଯନ୍ତ୍ର, ନୃତ୍ୟ ଓ ନାଟକ ସାଂସ୍କୃତିକ ଅନୁଷ୍ଠାନ ‘ମୂର୍ଦ୍ଧନା’ର ୧୮ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ତା. ୨୫.୦୯.୨୦୨୨ ରବିବାର ଦିନ ଭୁବନେଶ୍ଵର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ସାଧନା ପାଇଁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମହେନ୍ଦ୍ର ଆଚାର୍ଯ୍ୟଙ୍କୁ ‘ସଂଗୀତକାର ସମ୍ମାନ-୨୦୨୨’ ଓ ବିଶିଷ୍ଟ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ‘ଗୀତିକାର ସମ୍ମାନ-୨୦୨୨’ ଓ ସଂଗୀତ, ସାହିତ୍ୟ କ୍ଷେତ୍ରରେ ଆଜୀବନ ସାଧନା ପାଇଁ ମନ୍ମଥ ମିଶ୍ରଙ୍କୁ ‘ଆଜୀବନ ସାଧନା ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ମୂର୍ଣନାର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଉଦ୍‌ବୋଧନ ଦେଇଥିଲେ । ମୂର୍ଣନାର ସଂପାଦକ ଅଜୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥ ପ୍ରବୋଧ ରଥ ସଚିବ, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଭୁବନେଶ୍ଵର, ମୁଖ୍ୟ ବକ୍ତା ସୌରଭ ରଥ, ସହାୟକ ମହା ପ୍ରବନ୍ଧକ (ସରକାରୀ କୋଷାଗାର ଶାଖା) ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ବର ନିଜ ନିଜ ବକ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହୋଇଥିବା ଓଡ଼ିଆ ଆଧୁନିକ ସଂଗୀତ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ସ୍ୱରୂପ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୂର୍ଜନାର ମୂଖପତ୍ର ‘ମୂହଁନା’ଉନ୍ମୋଚିତ ହୋଇଥିଲା ।

ପରେ ପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସ, ଜୟଶ୍ରୀ ସାହୁ,ଅଜୟ ମହାନ୍ତି, ଚିତ୍ରଭାନୁ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ଶତରୂପା, ଅନ୍ଵେଷା ପାଢୀ ଓ ଆର୍ଯ୍ୟ ଆଚାର୍ଯ୍ୟ ପ୍ରମୁଖ ଓଡ଼ିଆ ଚଳଚିତ୍ରର ସୁମଧୁର ଗୀତ ସବୁକୁ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ଶେଷରେ ଉପସଭାପତି ଶ୍ରୀ ଗୋଲକ ଚରଣ ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମୂର୍ଦ୍ଧନାର କର୍ମକର୍ତ୍ତା ହେମନ୍ତ ପରମଗୁରୁ, ରବିନ୍ଦ୍ର ମହାନ୍ତି, ତୁଷାରକାନ୍ତି ଚୌଧୁରୀ, ପ୍ରଣୟ ଜେଠୀ, ଦେବେନ୍ଦ୍ର ସାହୁ ଓ ପୁଷ୍ପମିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ କମଲ୍ କିରଣ ସଂଚାଳନ କରିଥିଲେ ।

Leave A Reply

Your email address will not be published.