ପାକିସ୍ତାନରେ ବିଜୁଳି ସଙ୍କଟ
ପାକିସ୍ତାନ :ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସୋମବାର ପାକିସ୍ତାନରେ ବିଜୁଳି ସଙ୍କଟ ଦେଖାଦେଇଛି। ବିଜୁଳି ସମସ୍ୟା ସୃଷ୍ଟି ହେବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶର ଜାତୀୟ ଗ୍ରୀଡ୍ରେ ଫ୍ରିକ୍ୟୁଏନ୍ସି ହ୍ରାସ ପାଇବାରୁ ଦେଶବ୍ୟାପୀ ବିଜୁଳି ସମସ୍ୟା ଦେଖାଯାଇଥିବା ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଛି।
ବିଜୁଳି ସଙ୍କଟର ପ୍ରଭାବ କରାଚି, ଲାହୋର ଓ ଇସଲାମାବାଦ ସମେତ ଦେଶର ପ୍ରମୁଖ ସହରଗୁଡ଼ିକ ଉପରେ ପଡ଼ିଛି। ଲୋକମାନେ ବିଜୁଳି ଯୋଗାଣରେ ସମସ୍ୟା ଯୋଗୁ ହଇରାଣ ହେଉଥିବା ବେଳେ ସ୍ଥିତି ସ୍ୱାଭାବିକ ହେବାକୁ ୧୨ ଘଣ୍ଟା ସମୟ ଲାଗିବ ବୋଲି ପାକିସ୍ତାନର ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି।