ଭୁବନେଶ୍ୱର (ଆମ ଟିଭି): ସେବାୟତଙ୍କ କଳି ପାଇଁ ଓପାସ ରହୁଛନ୍ତି ଠାକୁର । ୨ଦିନ ହେବ ବନ୍ଦ ରହିଛି ସମସ୍ତ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ପକ୍ଷରୁ କୁହାଯାଇଛି କ ବଡ଼ୁ ନିଯୋଗ ନୀତିକାନ୍ତି ବନ୍ଦ ରଖିଛନ୍ତି ।
ଗତକାଲି ସେବାୟତ ବେଶରେ କପିଳେଶ୍ୱରର ଜଣେ ବରିଷ୍ଠ ନାଗରିକ ଭୋଗ ମଣ୍ଡପ ପଟେ ମହାପଭୁଙ୍କୁ ଦର୍ଶନ କରିବାକୁ ପଶିବାରୁ ସେଠାରେ ଥୁଆ ହୋଇଥିବା କୋଠ ଭୋଗ ଓ ସୁଆର ସେବାୟତଙ୍କ ପ୍ରସ୍ତୁତ ଅନ୍ୟ ଭୋଗ ମାରା ହୋଇଯାଇଥିଲା ।