ନୂଆଦିଲ୍ଲୀ(ଆମ ଟିଭି) : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସୋମବାର ନିର୍ବାଚନ ଆୟୋଗ ନିର୍ବାଚନ ପ୍ରଚାରରେ ପିଲା ଏବଂ ନାବାଳକଙ୍କୁ ସାମିଲ ନକରିବାକୁ ପରାମର୍ଶ ଦେଇଛନ୍ତି । ଆୟୋଗ କଡା ନିର୍ଦ୍ଦେଶ ଜାରି କରି କହିଛନ୍ତି କି ସାଧାରଣ ନିର୍ବାଚନ ପ୍ରଚାରରେ ପୋଷ୍ଟର ମାରିବା, ବ୍ୟାନର ଧରିଥିବା ନଜର ଆସିବା କିମ୍ବା ପାର୍ଟି ଆଦିରେ ନାବାଳକ ନାରା ଲଗାଉଥିବା ଯେମିତି ନଜର ନଆସେ ।
ନିର୍ବାଚନ ଆୟୋଗଙ୍କ କହିବାନୁସାରେ ନିର୍ବାଚନ ସମ୍ବନ୍ଧୀୟ କାର୍ୟ୍ୟ ବା ନିର୍ବାଚନ ଅଭିଯାନ ଗତିବିଧିରେ ପିଲା ସାମିଲ ହେବା ବିଲକୁଲ ବି ବରଦାସ୍ତ କରାଯିବନି । ଏହି ଗାଇଡଲାଇନ୍ ଅନୁସାରେ କୌଣସି ବି ଉପାୟରେ ପିଲାଙ୍କୁ ରାଜନୀତି ଅଭିଯାନରେ ସାମିଲ କରିବା, ସେମାନଙ୍କ ଦ୍ବାରା ପୋଷ୍ଟର ବାଣ୍ଟିବା କିମ୍ବା ନାରା ଲଗାଇବା ଉଚିତ୍ ନୁହେଁ । ଯଦି କୌଣସି ବି ଦଳ ଏଭଳି କରେ ତେବେ ତା ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ ।