ଆହୁରି ମହଙ୍ଗା ହେବ ଲୋନ୍ ଏବଂ ଇଏମଆଇ,ଏନେଇ କଣ କହିଲେ ଆରବିଆଇ ଗଭର୍ଣ୍ଣର ଜାଣନ୍ତୁ…
ନୂଆଦିଲ୍ଲୀ(ଆମ ଟିଭି): ଦେଶରେ ଆହୁରି ମହଙ୍ଗା ହେବ ଲୋନ୍ ଏବଂ ଇଏମଆଇ । ବଢୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ବୁଧବାର ଦିନ ପ୍ରମୁଖ ନୀତି ହାର ରେପୋକୁ ୦.୫ ପ୍ରତିଶତ ବୃଦ୍ଧି କରି ୪.୯ ପ୍ରତିଶତକୁ ବୃଦ୍ଧି କରିଛି। ଫଳରେ ଆଗକୁ ଋଣ ମହଙ୍ଗା ହେବ ଏବଂ ଋଣର ମାସିକ କିସ୍ତି ଅର୍ଥାତ୍ ଇଏମଆଇ ବୃଦ୍ଧି ପାଇବ ।
ମୁଦ୍ରା ନୀତି କମିଟି (ଏମପିସି) ର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଏମପିସି ସର୍ବସମ୍ମତି କ୍ରମେ ନୀତି ହାରକୁ ୦.୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିବ । ନୀତି ହାର ଉପରେ ନିଷ୍ପତ୍ତି ନେଇଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ମୁଦ୍ରା ନୀତି କମିଟି (ଏମପିସି) ର ତିନି ଦିନିଆ ବୈଠକ ସୋମବାର ଠାରୁ ଆରମ୍ଭ ହୋଇଛି।