ରାଜ୍ୟ ରେ ଲକଡାଉନ୍ ଅବଧି ବଢିଲା
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ୍ ଅବଧିକୁ ଆଉ ୧୬ ଦିନ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁନ୍ ୧୭ ସକାଳ ୫ଟା ଯାଏଁ ଲକଡାଉନ୍ କଟକଣା ଜାରି ରହିବ । ପୂର୍ବଭଳି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ କଟକଣା ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସଂଧ୍ୟାରେ ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ କରୋନା ମୁକାବିଲା ପାଇଁ ଜାରି କରାଯାଇଥିବା ଲକଡାଉନ୍ ଅବଧିକୁ ବଢାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ। ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। pic.twitter.com/XkE0rYCiPh
— I & PR Department, Odisha (@IPR_Odisha) May 30, 2021
ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର କମୁଥିବାରୁ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଏହି ତିନୋଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲାରହିବ । ତେବେ ସଂକ୍ରମଣ ବୃଦ୍ଧି ପାଇଲେ କଟକଣା କୋହଳକୁ ପ୍ରତ୍ୟାହାର କରାଯିବ ।
ନୂଆପଡା, ସୁନ୍ଦରଗଡ ଏବଂ ଗଜପତି ଜିଲ୍ଲାରେ ଲକଡାଉନ୍ ସମୟରେ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ସମସ୍ତ ଜିଲ୍ଲାରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପନିପରିବା, ଖୀର, ଆବଶ୍ୟକ ଖାଦ୍ୟ ସାମଗ୍ରୀ ଇତ୍ୟାଦି ପାଇଁ ଦୋକାନ ଖୋଲା ରହିବ। #ଘରେରୁହନ୍ତୁ pic.twitter.com/R9ZAKxwFSw
— I & PR Department, Odisha (@IPR_Odisha) May 30, 2021
ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପୂର୍ବଭଳି ସକାଳ ୭ଟାରୁ ଦିନ ୧୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ସେଲୁନ୍, ପାର୍ଲର ଓ ମଲ୍ ଖୋଲିବାକୁ କିନ୍ତୁ ଅନୁମତି ନାହିଁ । ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟକ୍ରମେ ଲକଡାଉନ୍ କୋହଳ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।