ଇସଲାମାବାଦରେ ଲାକଡାଉନ୍
ଇସଲାମାବାଦ(ଆମ ଟିଭି): ଇମ୍ରାନ୍ ଖାନଙ୍କୁ ଗୁଳି ପରେ ଏବେ ଇସଲାମାବାଦରେ ଲାକଡାଉନ୍ । ତେହରିକ-ଏ-ଇନସାଫର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆତ୍ମଘାତୀ ଆକ୍ରମଣ ପରେ ଇସଲାମାବାଦରେ ଲକଡାଉନ ଘୋଷଣା ହୋଇଛି। ଶାହାବାଜ୍ ସରିଫ୍ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସହରରେ ତାଲାବନ୍ଦୀ ଲାଗିଛି। ଇମ୍ରାନଙ୍କୁ ଗୁଳିମାଡ଼ ପରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଲକଡାଉନ ହୋଇଛି। ବନ୍ଦୀରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଅର୍ଥାତ ତାଲାବନ୍ଦୀ ସମୟରେ ଜରୁରୀକାଳୀନ ସେବା ଚାଲୁ ରହିବ। ମେଡ଼ିକାଲ, ଔଷଧ ଦୋକାନ, ପାଣି, ଗ୍ରୋସରୀ ଦୋକାନ ଆଦି ଖୋଲା ରହିବ। ଏହି ସମୟରେ ସରକାରୀ ଓ ବେସରକାରୀ ଅଫିସ୍, ସ୍କୁଲ ଓ କଲେଜ ଆଦି ବନ୍ଦ ରହିବ। ଛାତ୍ରଛାତ୍ରୀମାନଙ୍କ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ଗୁରବାର ତେହରିକ-ଏ-ଇନସାଫର ଆଜାଦୀ ମାର୍ଚ୍ଚ ବେଳେ ଇମ୍ରାନ୍ ଖାନଙ୍କ କଣ୍ଟେନର ଉପରକୁ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏଥିରେ ଇମ୍ରାନଙ୍କ ସମେତ ପିଟିଆଇର ଅଧିକାଂଶ ନେତା ଗୁରୁତର ଭାବେ ଆହତ ହୋଇଛନ୍ତି। ଇମ୍ରାନଙ୍କ ଗୋଡ଼ରେ ଗୁଳି ଲାଗିଥିବାବେଳେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଇମ୍ରାନଙ୍କ ମାର୍ଚ୍ଚ ଚାଲୁଥିବାବେଳେ ଏହି ଆତତାୟୀମାନେ ରାଲି ଉପରକୁ ଗୁଳିବର୍ଷା କରିଥିଲେ। ଆଜାଦୀ ମାର୍ଚ୍ଚ ସମୟରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିନଥିବା ତେହରିକ-ଏ-ଇନସାଫ ପକ୍ଷରୁ ଅଭିଯୋଗ ହୋଇଛି।