ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

0

 ଦିଲ୍ଲୀ (ଆମ ଟିଭି): ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି ବୈଠକରେ ଆଲୋଚନା ଚାଲିଛି। ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌ ସେନେଇ ଚାଲିଛି କସରତ। ଏହି ବୈଠକ ସେମାବାର ରାତି ପ୍ରାୟ ୨ଟା ଯାଏ ଚାଲିଥିଲା।

ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ୮ଟି ରାଜ୍ୟରୁ ଆସିଥିବା ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ। ଓଡ଼ିଶା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସହ ଦଳୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ସାଂସଦ ଜୁଏଲ ଓରାମ, ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

ଏହି ବୈଠକରେ ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଓ ସିକ୍କିମ, ମହାରାଷ୍ଟ୍ର ଓ ଗୁଜରାଟରେ ଥିବା ଲୋକ ସଭା ଆସନ ଉପରେ ଚର୍ଚ୍ଚା ହୋଇଥିଲା। ଆଜି ପୁଣି ଓ ଲୋକସଭା ଆସନ ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ମନମୋହନ ସାମଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.