ଶ୍ରୀମନ୍ଦିରରୁ ଲୁଟ୍!
ପୁରୀ (ଆମ ଟିଭି): ଶ୍ରୀମନ୍ଦିରରୁ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୁମୁଟର ଦାନବାକ୍ସ ଭାଙ୍ଗି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିର ଗାରଦରେ ଲୁଟ୍ ଅଭିଯୋଗ କରାଯାଇଛି । ଶ୍ରୀମନ୍ଦିର ପରିସରରେ ଭଙ୍ଗା ଦାନବାକ୍ସ ଓ ଲୁହାଛଡ ପଡିଥିବା ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ଶାଖା କାର୍ୟ୍ୟାଳୟ ନିକଟରେ ପଡିଛି । ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି । କିନ୍ତୁ ଏବେ ଯାଏଁ ଶ୍ରୀମନ୍ଦିର ପ୍ରଶାସନ ଘଟଣା ସମ୍ପର୍କରେ ସ୍ପଷ୍ଟ କରି ନାହାନ୍ତି ।