ଭୁବନେଶ୍ୱର (ଆମ ଟିଭି): ପୁଣି ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା । ଏହି ମନ୍ତବ୍ୟକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ପ୍ରଭୁ ଯୀଶୁ ହିନ୍ଦୁ ଥିଲେ ଓ ସେ ଭାରତରେ ୧୦ ବର୍ଷ କଟାଇଥିଲେ । ଛତିଶଗଡ଼ ରାଜଧାନୀ ରାୟପୁରରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ କହିଛନ୍ତି ପୁରୀ ଶଙ୍କରାଚାର୍ୟ୍ୟ । ପ୍ରଭୁ ଯୀଶୁଙ୍କ ୧୦ ବର୍ଷର ଅଜ୍ଞାତବାସ ବିଷୟରେ ବାଇବେଲରେ କିଛି ଉଲ୍ଲେଖ ନାହିଁ ବୋଲି କହିଛନ୍ତି ।
ଏହି ୧୦ ବର୍ଷ ସେ ଭାରତରେ ଅବସ୍ଥାନ କରିଥିଲେ ଏବଂ ପୁରୀରେ ୩ ବର୍ଷ କଟାଇଥିଲେ । ସେ ତକ୍ରାଳୀନ ଶଙ୍କରାଚାର୍ୟ୍ୟଙ୍କଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ । ଯୀଶୁ ଜଣେ ବୈଷ୍ଣବ ଭକ୍ତ ଥିଲେ । ହେଲେ ବର୍ତମାନ ସଂରକ୍ଷଣ ଜରିଆରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ବୋଲି ଶଙ୍କରାଚାର୍ୟ୍ୟ କହିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।