ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।

0

ଭୁବନେଶ୍ୱର :ତିନିଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ଭୁବନେଶ୍ୱର ସର୍କିଟଆଉସ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୪ ସେବାୟତ ନିଯୋଗ ସହ ବସିଥିବା ବୈଠକରେ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେବାୟତଙ୍କ ସହ ଜିଲ୍ଲାପାଳ ଅଲୋଚନା କରିବା ପରେ ବିବାଦର ସମାଧାନ ହୋଇଛି। ସେବାୟତଙ୍କ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳ ସ୍ଥାୟୀ ପଦକ୍ଷେପ ନେବେ ବୋଲି କହିବା ପରେ ସେବାୟତମାନେ ନୀତି କରିବାକୁ ରାଜି ହୋଇଛନ୍ତି।

ସୂଚନା ଥାଉକି, ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତ ୧ ତାରିଖରୁ ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ। ଭୋଗମଣ୍ଡପରେ ଅଣସେବାୟତ ପ୍ରବେଶକୁ ବିରୋଧ କରି ବନ୍ଦ ରହିଥିଲା ନୀତିକାନ୍ତି। ବଡୁ ନିଯୋଗ ନୀତିକାନ୍ତିରେ ପ୍ରଥମେ ସହଯୋଗ କରିନଥିବା ଅଭିଯୋଗ କରିଥିଲା ବ୍ରାହ୍ମଣ ନିଯୋଗ।

Leave A Reply

Your email address will not be published.