ଲଭ୍ ୪୨୦ ରେ ଜ୍ୟୋତି ଓ ଶୀତଲ୍

0

ମୁନ୍ ଟିଭି ମୁଭିଜ୍ ର ନୂଆ ଚଳଚ୍ଚିତ୍ର ଲଭ୍ ୪୨୦ ରେ ଚୁକ୍ତିବଦ୍ଧ ହେଲେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଶୀତଲ୍। ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ମ୍ୟୁଜିକ୍ ସାଇନଟିଷ୍ଟ ପ୍ରେମାନନ୍ଦ। ସଂଳାପ ଓ ଚିତ୍ରନାଟ୍ୟ ଦେଇଛନ୍ତି ଡଃ ରଜନୀ ରଞ୍ଜନ।
ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ର ମୁନ ଟିଭି ମୁଭିଜ୍ ବ୍ୟାନରର ପ୍ରଥମ ଚଳଚ୍ଚିତ୍ର। ଚଳଚ୍ଚିତ୍ର ଟି ଓଡ଼ିଶାର ଢେ଼ଙ୍କାନାଳ, କୋରାପୁଟ , ଭୁବନେଶ୍ୱର ସହ ହାଇଦ୍ରାବାଦ ରାମୋଜି ଫିଲ୍ମ ସିଟିଂରେ ମଧ୍ୟ ସୁଟିଂ କରାଯାଇ ଆସନ୍ତା ଦୁର୍ଗା ପୂଜା ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ର ର କ୍ରିଏଟିଭ ହେବ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି। ପ୍ରେମ ପାଇଁ ପ୍ରେମିକର ଅବଦାନ ହିଁ କାହାଣୀ କୁ ଗତିଶୀଳ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।

Leave A Reply

Your email address will not be published.