ମୁନ୍ ଟିଭି ମୁଭିଜ୍ ର “ଲଭ୍ ୪୨୦” ସୁଟିଂ ଅକ୍ଟୋବର ରୁ୍ ଆରମ୍ଭ
ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଶୀତଲ୍ ଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ୪୨୦ ର ସୁଟିଂ ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡିଛି।
ମୁନ୍ ଟିଭି ମୁଭିଜ୍ ଏକାଥରେ ୧୦ଟି ଚଳଚ୍ଚିତ୍ର ର ଶୁଭ ମହୁରତ କରି ଚର୍ଚ୍ଚାରେ ରହିଛି। ପ୍ରଥମ ପର୍ଯ୍ୟାୟରେ ଜ୍ୟୋତି ଓ ଶୀତଲ୍ ଅଭିନୀତ ଚଳଚ୍ଚିତ୍ର “ଲଭ୍ ୪୨୦” ର ସୁଟିଂ ଭୁବନେଶ୍ୱର ଓ କଟକ ରେ ଅନୁଷ୍ଠିତ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରାଯାଇଛି। ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି) ଙ୍କ ମୁନ୍ ଟିଭି ମୁଭିଜ୍ ବ୍ୟାନରେ ଏହା ପ୍ରଥମ ଚଳଚ୍ଚିତ୍ର। ଚଳଚ୍ଚିତ୍ର ର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମଜୁମଦାର ଓ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ। ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ଚଳଚ୍ଚିତ୍ର ର ଗୀତ ସୁଟିଂ ରାଜ୍ୟ ବାହାରେ ହାଇଦ୍ରାବାଦ , କୋଲକାତା ଓ ଦାର୍ଜିଲିଂ ରେ ସୁଟିଂ ପାଇଁ ପ୍ଲାନ୍ ଅଛି ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।
