ଆଜି ସୃଷ୍ଟି ହେବ ଲଘୁଚାପ, ବାତ୍ୟା ନେଇ ଏଯାଏ କିଛି ଆକଳନ କରିନାହିଁ ଆଇଏମଡି

0

ଭୁବନେଶ୍ୱର (ଆମ ଟିଭି): ଆଜି ସୃଷ୍ଟି ହେବ ଲଘୁଚାପ । ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ । ଘନୀଭୂତ ହୋଇ ନେଇପାରେ ଅବପାତର ରୂପ । ବାତ୍ୟାର ମାସ ଅକ୍ଟୋବରରେ ଲଘୁଚାପ ଘନୀଭୂତ ହେବା ସମ୍ଭାବନାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଛି । ତେବେ ବାତ୍ୟା ନେଇ ଏଯାଏ ଆଇଏମଡି କିଛି ଆକଳନ କରିନାହିଁ । କିନ୍ତୁ ବିଭିନ୍ନ ମଡେଲ ବାତ୍ୟା ଆଶଙ୍କା ଓ ସ୍ଥଳଭାଗ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତର ସମ୍ଭାବନା ବାତ୍ୟାର ମାସ ଅକ୍ଟୋବରରେ ବଢ଼ାଇଛି ଛନକା । ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । NCEP, ECMWF, ECAI, IMD GFS, GEFS, ଏବଂ BFS ମଡେଲ ଅନୁଯାୟୀ ୨୧-୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଅଧିକାଂଶ ମଡେଲ ପୂର୍ବାନୁମାନ କରିଛନ୍ତି । GFS ମଡେଲ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଉଛି । ତେବେ ECMWF ମଡେଲ ଲଘୁଚାପ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଦର୍ଶାଉଛି ।

ସେହିପରି ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବା ଉପରେ ମଧ୍ୟ ପୂର୍ବାନୁମାନ ଭିନ୍ନ ଭିନ୍ନ ରହିଛି । GFS ମଡେଲ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି । କିନ୍ତୁ ECMWF ଆକଳନ, ଏହି ପ୍ରଣାଳୀ ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଉତ୍ତର-ପୂର୍ବ ଦିଗରେ ମୋଡ଼ ନେଇ ଓଡ଼ିଶା ଉପକୂଳ ଦେଇ ଏକ ସୁଦୃଶ୍ୟ ଲଘୁଚାପ ଭାବରେ ଅତିକ୍ରମ କରିବ । ମଛଲିପଟନମର ଉତ୍ତରରେ ସ୍ଥଳଭାଗ ଛୁଇଁବ ବୋଲି NCEP GFS ଆକଳନ କରିଥିବା ବେଳେ IMD GFS ଏହାର ଟ୍ରାକ୍ ସାମାନ୍ୟ ଦକ୍ଷିଣକୁ ସୂଚାଉଛି। ତେବେ ବାତ୍ୟା ନେଇ ଆଇଏମଡି ପକ୍ଷରୁ ଏଯାଏ କୌଣସି ସୂଚନା ଦିଆଯାଇନାହିଁ । ଏଥିପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ ।

Leave A Reply

Your email address will not be published.