ସୃଷ୍ଟି ହେଲେ ଲଘୁଚାପ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୧୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ କଣ ରହିବ, ସେନେଇ ସ୍ପଷ୍ଟ ହୋଇ ନାହିଁ।
ଅନ୍ୟପକ୍ଷରେ ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ପାହାନ୍ତିଆ ଓ ରାତି ସମୟରେ ଅଧିକ ଶୀତ ଅନୂଭୂତ ହେଉଛି। ଗତକାଲି ୯ଟି ସହରରେ ପାରଦ ୧୪ ଡିଗ୍ରୀ ତଳେ ରହିଥିଲା। ଗତକାଲି କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ଚଳିତ ମାସର ସର୍ବନିମ୍ନ ରାତି ତାପମାତ୍ରା ୭.୬ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଜି.ଉଦୟଗିରିରେରେ ୮.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦.୦ଡ଼ିଗ୍ରୀ, କୋରାପୁଟରେ ୧୦.୫ ଡ଼ିଗ୍ରୀ, ଫୁଲବାଣୀରେ ୧୧.୦ ଡ଼ିଗ୍ରୀ, ଭବାନୀପାଟଣାରେ ୧୨.୦ ଡ଼ିଗ୍ରୀ, କିରେଇରେ୧୨.୦ ଡ଼ିଗ୍ରୀ, ଚିପିଲିମାରେ ୧୩.୨ଡ଼ିଗ୍ରୀ ଓ ଝାରସୁଗୁଡାରେ ୧୩.୬ ଡ଼ିଗ୍ରୀ ତାପମାତ୍ରା ରହିଥିଲା।