ଅବପାତର ରୂପ ନେଲା ଲଘୁଚାପ : ୧୦ ଡିଗ୍ରୀ ତଳେ ୨୩ ସହର ପାରଦ

0

ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ଆଜି ୨୩ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୩୮ସହରରେ ୧୨ ଡିଗ୍ରୀ ତଳେ ସର୍ବନିମ୍ନ ରାତି ତାପମାତ୍ରା ରହିଥିବା ସୂଚନା ମିଳିଛି। ୩ ଡିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ସେମିଳିଗୁଡାରେ ୪.୧, ଫୁଲବାଣୀ ୫, ରାଉରକେଲା ୫.୧ ଡିଗ୍ରୀ, ଝାରସୁଗୁଡ଼ା ୫.୪, ଦାରିଙ୍ଗବାଡ଼ି ୭, କିରୋଇ ୭.୪ ଡିଗ୍ରୀ, କେନ୍ଦୁଝର ୭.୬, ଚିପିଲିମା ୭.୭, ସୁନ୍ଦରଗଡ଼ ଓ ଭବାନୀପାଟଣା ୭.୮ ଡିଗ୍ରୀ ରେକର୍ଡ ହୋଇଛି ।

ସେହିପରି ଅନୁଗୁଳରେ ୮, କୋରାପୁଟ ଓ ବଲାଙ୍ଗୀର ୮.୫ ଡିଗ୍ରୀ, ବାରିପଦା ଓ ଢେଙ୍କାନାଳ ୮.୬, ରାଣୀତାଲ ୮.୮, ନବରଙ୍ଗପୁର ୯.୫ ଡିଗ୍ରୀ, କଟକ ଓ ସୋନପୁର ୯.୬, ବାଲେଶ୍ବର ୯.୮, ସମ୍ବଲପୁର ୯.୯ ଡିଗ୍ରୀ ଏବଂ ରାୟଗଡ଼ା ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି। ୧୦.୨ ଡିଗ୍ରୀରେ ଥରୁଛି ରାଜଧାନୀ ଭୁବନେଶ୍ଵର। କଟକର ରାତି ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳକୁ ଖସି ୯.୬ ଡିଗ୍ରୀରେ ପହଞ୍ଚିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ପ୍ରଭାବ ନେଇ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.