ଦାୟିତ୍ୱ ଦେଲେ ଦେଶର ନୂଆ ସିଡିଏସ ଲପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ
ଭୁବନେଶ୍ୱର (ଆମ ଟିଭି): ଦେଶକୁ ମିଳିଲା ଦ୍ୱୀତିୟ ସିଡିଏସ । ନୂଆ ସିଡିଏସ ଭାବେ ଦାୟିତ୍ୱ ନେଲେ ଲପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ । ତିନି ସେନାର ମୁଖ୍ୟ ତଥା ଚିଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ବ ନେଇଛନ୍ତି ଜେନେରାଲ ଚୌହାନ । ଦାୟିତ୍ବ ଗ୍ରହଣ କରିବା ପରେ ତିନି ସେନାର ମୁଖ୍ୟ ଭାବେ ସବୁ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା କରିବେ ବୋଲି କହିଛନ୍ତି । ମିଳିତ ଭାବେ ସବୁ ସମସ୍ୟାର ସାମାଧାନ କରାଯିବ ବୋଲି ଜେନେନାଲ ଚୌହାନ କହିଛନ୍ତି ।
ଅନୀଲ ଚୌହାନ ହେଉଛନ୍ତି ଇଷ୍ଟର୍ଣ୍ଣ ଆର୍ମିର ପୂର୍ବତନ କମାଣ୍ଡର। ସେନାନିବୃତ୍ତି ପରେ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସଚିବାଳୟରେ ସୈନ୍ୟ ପରାମର୍ଶଦାତା ଭାବେ କାର୍ୟ୍ୟରତ ଥିଲେ । ୨୦୧୯ରେ ବାଲାକୋଟ ଏୟାର ଷ୍ଟ୍ରାଇକର ସୈନ୍ୟ ମହାନିର୍ଦ୍ଦେଶକ ଥିଲେ ଜେନେରାଲ ଚୌହାନ ।