ଲୁଲା ହେଲେ ବ୍ରାଜିଲ ନୂଆ ରାଷ୍ଟ୍ରପତି
ରିଓ ଡି ଜେନ୍ରୋ: ଲୁଲା ନାମରେ ସୁପରିଚିତ ବିଶିଷ୍ଟ ବାମପନ୍ଥୀ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭା ରବିବାର ଦିନ ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ବ୍ରାଜିଲ୍ର ୩୯ତମ ରାଷ୍ଟ୍ରପତି ହୋଇଛନ୍ତି । ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ଲୁଲା ସମ୍ପ୍ରତି ବ୍ରାଜିଲ୍ର ରାଷ୍ଟ୍ରପତି ଥିବା ଉଗ୍ର ଦକ୍ଷିଣପନ୍ଥୀ ବୋସୋନାରୋଙ୍କୁ ସ୍ବଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ‘ସୁପ୍ରିମ୍ ଇଲେକ୍ଟୋରାଲ୍ କୋର୍ଟ ଅଫ୍ ଦି କଣ୍ଟ୍ରି’ କହିବା ଅନୁସାରେ, ବୋଲ୍ସୋନାରୋ ୪୯.୧% ଭୋଟ୍ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍ ପାଇଛନ୍ତି।
ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍ର ରାଷ୍ଟ୍ରପତି ହେବେ। ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଦୁଇ ପାଳି ବ୍ରାଜିଲ୍ର ରାଷ୍ଟ୍ରପତି ହୋଇଥିଲେ।
ରବିବାର ରାତିରେ ଦେଇଥିବା ଭାଷଣରେ ଲୁଲା କହିଛନ୍ତି, ବିଭାଜିତ ହୋଇଯାଇଥିବା ଦେଶକୁ ସେ ଏକତ୍ର କରି ସୁନିଶ୍ଚିତ ହେବେ ଯେ, ବ୍ରାଜିଲୀୟମାନେ କଦାପି ଉଠାଇବା ଅନୁଚିତ ଥିବା ଅସ୍ତ୍ର ପରିହାର କରିଛନ୍ତି।